ରାଇରଙ୍ଗପୁର, ୧୪/୪-(ଶ୍ଯାମଳେନ୍ଦୁ ପରିଡା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭାରତୀୟ ସମ୍ବିଧାନର ଜନକ ଓ ନିର୍ମାତା ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଶତପଥୀଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନା ଶାଖା ତରଫରୁ ଏକ ଶପଥ ପାଠ ସହିତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେବାସ୍ତମ୍ବର ରାଷ୍ଟ୍ରୀୟ ସମ୍ପାଦକ ମୋଚିରାମ ମାଝୀ ଯୋଗଦାନ କରି ସାମାଜିକ ସମାନତା ଏବଂ ଏକତା ବିଷୟରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଏନ.ଏସ.ଏସ ର ଉପଦେଷ୍ଟା ଏବଂ ସେବାସ୍ତମ୍ବ ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ, ଅଧ୍ୟାପିକା ରାଜଶ୍ରୀ ଦାଶ, ସେବତୀ ବେହେରା,ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଣ୍ଡଳ,ପିଟି କାରୁ ମାର୍ଣ୍ଡି ସମେତ କଲେଜର କର୍ମଚାରୀ ପଦ୍ମିନୀ ପାଲ, ଶକୁନ୍ତଳା ଲୋହାର ଏବଂ ସ୍ବେଚ୍ଛାସେବୀମାନେ ସାମିଲ ହୋଇଥିଲେ।
ଏହି ପଦଯାତ୍ରା କଲେଜ ପରିସରରୁ ବାହାରି ପରେ କଲେଜ ସଂଲଗ୍ନ ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନାସାରି ପଦଯାତ୍ରା କରି ସ୍ବେଚ୍ଛାସେବୀମାନେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ବିଭିନ୍ନ ସ୍ଳୋଗାନ ଦେଇ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ