ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।

ପୁରୀ : ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ।  କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ବିଚ୍ ପରିସରରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଭାରତ ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗତ ୨୦୧୪ମସିହାରୁ ହୋଇଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଲୁକାକଳାରେ ଦର୍ଶାଯାଇଛି। ଏଥିସହ ବାଲୁକାକଳାରେ JOURNEY TO VIKASIT BHARAT ଲେଖା ହୋଇଛି । ଦେଶ ସାରା ଲୋକେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ୧୧ ବର୍ଷର ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଅକ୍ଳାନ୍ତ ନେତୃତ୍ୱ, ଅଟଳ ପ୍ରତିବଦ୍ଧତା ପାଇଁ ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l

WhatsApp Banner

Leave a Reply

Your email address will not be published. Required fields are marked *

Facebook
Facebook
YouTube
Telegram
WhatsApp