ସଠିକ ବ୍ୟୁରୋ : ପରୀକ୍ଷା ଫଳରେ ଅନିୟମିତତା ପରେ ସ୍ଥଗିତ ରହିଲା ବିଇଡି ଆଡମିଶନ । ସାମୟିକ ପାଇଁ ବିଇଡି , ବିଏଚଇଡି ଏବଂ ଏମଏଡ଼ ଆଡ଼ମିସନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି । ସାମସ୍ ଅଧିନରେ ୨୦୨୫-୨୬ ପ୍ରବେଶିକା ପରୀକ୍ଷା ଫଳରେ ତ୍ରୁଟି ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିବା ପରେ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖିଛି ଉଚ୍ଚଶିକ୍ଷା ବିଭାଗ । ଅଭିଯୋଗ ଅଧାରରେ ବିଶେଷଜ୍ଞ କମିଟି ଦ୍ବାରା ଉତ୍ତର ପତ୍ରକୁ ପୁଣି ଥରେ ଯାଞ୍ଚ କରିବାକୁ ଷ୍ଟେଟ ସିଲେକ୍ସନ ବୋର୍ଡ(ଏସଏସବି) କୁ ନେଇ ମଧ୍ୟ ନିର୍ଦ୍ଦେଶ ଦେଇଛି । ତେବେ ନୂଆ ଆଡମିଶନ ତାରିଖ ନେଇ ସାମସ୍ ପୋର୍ଟାଲରେ ସୂଚିତ କରାଯିବ ବୋଲି ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଛି । ଏଥିସହ ଆଗୁଆ ଖବରକାଗଜରେ ମଧ୍ୟ ଏନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି ।
ପରୀକ୍ଷା ଫଳରେ ଅନିୟମିତତା ପରେ ସ୍ଥଗିତ ରହିଲା ବିଇଡି ଆଡମିଶନ। ସାମୟିକ ପାଇଁ ବିଇଡି , ବିଏଚଇଡି ଏବଂ ଏମଏଡ଼ ଆଡ଼ମିସନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି