ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ ।  ମାଆକୁ ମାରି ଜେଲ ଯାଇଥିଲା ବାପା ।  ଘରକୁ ଫେରିବା ପରେ ହତ୍ୟା କଲା ପୁଅ ।  ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପତ୍ରା ଗାଁରେ ହତ୍ୟାକାଣ୍ଡ। ମୃତକଙ୍କ ନାଁ କାନ୍ତି କୁମାର ବର୍ମା । ପାରିବାରିକ କଳହରୁ ସେ ପତ୍ନୀଙ୍କୁ ହତ୍ୟାକରି ଜେଲ୍ ଯାଇଥିଲା । ୨୦୨୪ ଡିସେମ୍ବର ମାସରେ ଜେଲରୁ ବାହାରିଥିଲା  ।  ନିଜ ପୁଅ ଗାଁ ଲୋକଙ୍କ ଭଲ ସଂପର୍କରେ ନଥିଲା କାନ୍ତି କୁମାର ।  ଆଜି ସକାଳୁ ସେ ଗାଁ ରାସ୍ତାରେ ଯାଉଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ପୁଅ । ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା ।   ତଦନ୍ତ ସମୟରେ ମୃତକର ପରିଚୟ ଭାଲୁପତ୍ରା ଗାଁର ବୋଲି ଜାଣିବାକୁ ପାଇଥିଲା ।  ବ୍ରାହ୍ମୁଣୀ ତରଙ୍ଗ ଥାନା ସାନପତରାପାଲି ରାସ୍ତାକଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା  ।  ଖବର ପାଇ ବ୍ରାହ୍ମୁଣୀତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଏବଂ ସାଇଣ୍ଟିଫିକ୍‌‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *