ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି

ଜଗତସିଂହପୁର(04 Jun 2025) ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି।  ଆଖି ଓ ନାକ ପୋଡୁଥିବାର ସୂଚନା ରହିଛି। କମ୍ପାନୀର ହୋସ ପାଇପ ଫାଟିବା ଫଳରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *