ନୃଶଂସ ନାତି ଜେଜେମାକୁ ପିଟିପିଟି ମାରିଦେଲା ବୀଚ ରାସ୍ତାରେ

ସନ୍ତୋଷ କୁମାର ସେଠୀ ଙ୍କ ରିପୋଟ

ପାରିବାରିକ କଳହ ରୁ ଅଭାବନୀୟ ଘଟଣା । ନାତି ପିଟି ପିଟି ମାରିଦେଲେ ଜେଜେ ମା କୁ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ନାଇକାଣିପଲ୍ଲୀ ଗ୍ରାମରେ । ମୃତକ ଜେଜେ ମା ହେଲେ ଅନି ସ୍ୱାଇଁ । ଗତ ବିଳମ୍ବିତ ରାତିର କିଛି କାରଣ କୁ ନେଇ ଜେଜେ ମା ଓ ନାତି ମଧ୍ୟରେ ପାଟିତୁଣ୍ଡ ହେବାରୁ ନାତି ଚିତ୍ରସେନ ସ୍ବାଇଁ ଜେଜେ ମା କୁ ଘରୁ ବାହାରକୁ ଭିଡ଼ି ଆଣି ରୋଡ ଉପରେ କଚାଡି ବା ସହ ମାଡ଼ ମରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଅନି ସ୍ୱାଇଁ ଙ୍କ ମୃତୁ ଘଟିଛି । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରିବା ସହ ଅଭିଯୁକ୍ତ ନାତି କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷେ ଅଭିଯୁକ୍ତ ଚିତ୍ରସେନ ଆଗରୁ ମାନସିକ ବିକାରଗ୍ରସ୍ଥ ଥିଲା ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *