ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଭେଲୋରା ଛକ ନିକଟରେ ସଡ଼କ ଦୁର୍ଘଟଣା ୯ ଜଣ ଆହତ । ରାସ୍ତା କଡ ରେ ଛିଡା ହୋଇଥିବା ଟ୍ରଲର କୁ ଧକ୍କା ଦେଲା ଟୋରିଷ୍ଟ ବସ, ଜଣେ ଗୁରୁତର, 9 ଜଣ ଆହତ. ପଶ୍ଚିମବଙ୍ଗ ର ଚକଦା ଥାନା ଲକ୍ଷ୍ମୀପୂର ଅଞ୍ଚଳ ରୁ ଓଡିଶା ର ପୁରୀ ଅଭିମୁଖେ ଏକ ଟୋରିଷ୍ଟ ବସ 51 ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବା ବେଳେ ଭୋର ସମୟରେ ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥ ର ଭେଲୋରା ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରଲର ଗାଡି କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳ ରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବସ ରେ ଥିବା ବା ଦୁଇ ଜଣ ଡ୍ରାଇଭର ଫେରାର ହୋଇଯାଇଥିଲେ । ତେବେ ସ୍ଥାନିୟ ଲୋକ, ରାଜପଥ କତୃପକ୍ଷ, ପୋଲିସ ଙ୍କ ଉଦ୍ୟମ କ୍ରମେ ଆହତ ଦଶ ଜଣ ଙ୍କୁ ବସ୍ତା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା. ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ନଅ ଜଣ ଙ୍କୁ ଛାଡି ଦିଆଯାଇଥିବା ବେଳେ ଜଣେ ଗୁରୁତର ଙ୍କୁ ବାଲେଶ୍ବର ମେଡିକାଲ ପଠାଯାଇଥିବା ଜଣାପଡିଛି । ବସ୍ତା ପୋଲିସ ଗାଡି ଦୁଇଟି କୁ ଜବତ କରି ତଦନ୍ତ ଜାରି ରଖୁଥିବା ବେଳେ ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଟୋରିଷ୍ଟ ବସ,ଦୁର୍ଘଟଣା ୯ ଜଣ ଆହତ
