ଜୋହାନ୍ସବର୍ଗରେ ଓଡ଼ିଆ ଅସ୍ମିତା

ଜୋହାନ୍ସବର୍ଗ ,୨୦। ୮ : ୭୮ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗତ ଅଗଷ୍ଟ ୧୭ ତାରିଖ ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ କନ୍ସୁଲେଟ ଜେନେରାଲ ଅଫ ଇଣ୍ଡିଆ , ଜୋହାନ୍ସବର୍ଗ ଏବଂ ଇଣ୍ଡିଆ କ୍ଲବ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ଇଣ୍ଡିଆ ଡେ ସେଲିବ୍ରେଶନ୍ ଉପଲକ୍ଷେ ଓଡ଼ିଆ କଲ୍ଚୁରାଲ୍ ଆସୋସିଏସନ୍ , ଦକ୍ଷିଣ ଆଫ୍ରିକା ତରଫରୁ ” ଜୟ ଅଫ୍ ହେରିଟେଜ୍ ” ଥିମ୍ ଆଧାରିତ ଏକ ନୃତ୍ୟ ନାଟିକା ସ୍ଥାନୀୟ ୱାଣ୍ଡରସ୍ ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଥିଲା ।

ପ୍ରକାଶ ଥାଉ କି ଏହା ସେହି ଐତିହାସିକ ଷ୍ଟାଡିୟମ୍ , ଯେଉଁଠାରେ ଗତ ୨୦୦୭ରେ ଭାରତ ପ୍ରଥମ ଟି୨୦ ବିଶ୍ୱକପ୍ ଗୌରବ ଅର୍ଜନ କରିବାରେ ସଫଳ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସେଠାରେ ଥିବା ଓଡ଼ିଆ ଭାଇ ଭଉଣୀମାନେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସକୁ ମାର୍ମିକ ପ୍ରଦର୍ଶନ କରିଥଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ କୋଣାର୍କ ମନ୍ଦିର ଉପରେ ଏକ ସୁନ୍ଦର ନାଟିକା ପ୍ରଦର୍ଶିତ ହୋଇଥିଲା । ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଜନ ଉପରେ ନୃତ୍ୟ , ଓଡ଼ିଶାର ଲୋକ କଳା ନୃତ୍ୟ , ସମ୍ବଲପୁରୀ ନୃତ୍ୟ ଏବଂ କୁନି କୁନି ପିଲାମାନେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଗୀତ ଉପରେ ନୃତ୍ୟ ପ୍ରଦର୍ଶନ କରିଥଲେ ।

Leave a Reply

Your email address will not be published. Required fields are marked *