ଜଗତସିଂହପୁର : କୁଜଙ୍ଗ ବ୍ଲକ୍ ଷଣ୍ଢପୁର ପେଟ୍ରୋଲ ପମ୍ପ ନିକଟରେ ନୂତନଭାବେ ସାଇସ୍ନେହ କଲେଜ ଅଫ ନସିଂ ଆଣ୍ଡ ହେଲ୍ମ ସାଇନ୍ସ ର ଉଦ୍ଘାଟନ ଉତ୍ସବ ଗତ ୨୪ ତାରିଖ ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ସ୍ବାଇଁ, ଜନବାଦୀ ନେତା କମ୍ରେଡ୍ ସୁବାସ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ କାମିନୀକାନ୍ତ ମିଶ୍ର, ନିର୍ଦ୍ଦେଶକ ଜ୍ୟୋତି ରଂଜନ ଜେନା, ସମାଜସେବୀ ପ୍ରଫୁଲ୍ଲ ପରିଡ଼ା, ଶରତ କୁମାର ଜେନା, କବିରଂଜନ ବେହେରା, ବିବେକାନନ୍ଦ ଦାସ, ଅଧ୍ୟାପକ ପୁଷ୍ପଲତା ସାହୁ, ଅର୍ପିତା ବେହେରା, ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ଏହି କଲେଜ ଟି କୁଜଙ୍ଗ ଅଞ୍ଚଳ ରେ ଥିବା ଛାତ୍ର ଛାତ୍ରୀ ମାନେ ନର୍ସିଂ ଛାତ୍ର ପଢା ର ସୁଯୋଗ ବା ଲାଭ ଉଠାଇ ପାରିବେ।
କୁଜଙ୍ଗରେ ଖୋଲିଲା ନସିଂ କଲେଜ
