ଆଜିଠୁ ପାରାଦୀପରେ ଫାଷ୍ଟଫୁଡ, ଗୁପଚୁପ ବନ୍ଦ

ଜଗତସିଂହପୁର : ଏହି ଜିଲ୍ଲାର ପଡୋଶୀ ଜିଲ୍ଲାରେ ଡାଇରିଆ ବ୍ୟାପୁଥିବା ବେଳେ ପାରାଦୀପ ମ୍ୟୁନିସିପାଲଟି ପକ୍ଷରୁ ଏକ ଆଗୁଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ସୂଚନା ଅନୁସାରେ ମ୍ୟୁନିସିପାଲଟି ସଭାଗୃହ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକ ରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଅଧ୍ଯକ୍ଷତା କରିଥିବା ବେଳେ, ଅଠରବାଙ୍କି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ ରାଉତ, ପୌରାଧକ୍ଷ ବସନ୍ତ ବିଶ୍ଵାଳ, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧୂକାରୀ ଙ୍କ ସମେତ ପାରାଦୀପ ବନ୍ଦର ଚିକିତ୍ସାଳୟର ବିଭାଗୀୟ ଅଧୁକାରୀ ଓ ବିଭିନ୍ନ ୱାର୍ଡ ର ପରିମଳ ବିଭାଗ କର୍ମଚାରୀ ଯୋଗଦେଇଥିଲେ । ବର୍ତ୍ତମାନ ସୁଦ୍ଧା ପାରାଦୀପ ରେ କୈାଣସି ଡାଇରିଆ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ଯ ବର୍ଷା ଦିନ ଯୋଗୁଁ ଜଳ ନିସ୍କାସନ, ଡେଙ୍ଗୁ, ମେଲେରିଆ ପାଇଁ ବିଭିନ୍ନ ପଦକ୍ଷେପ ଓ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ପାଇଁ ନିଷ୍ପରି ନିଆଯାଇଛି । ପୁଣି ସେହିପରି ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଉପରେ ଗୁରୁତ୍ବ ଦିଆଯାଇଛି । ଯଦି କୈାଣସି କାରଣ ରୁ ଡାଇ ଡାଇରିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ଏହାକୁ କିପରି ପ୍ରତିରୋଧ କରାଯିବ, ସେ ସମ୍ପର୍କରେ ଅଧିକ ଆଲୋଚନା ହୋଇଛି । ଆଗୁଆ ପଦକ୍ଷେପ ସ୍ୱରୂପ ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲା ଯାଉଥିବା ଉଠା ଦୋକାନ, ଗୁପଚୁପ ଓ ଫାଷ୍ଟ ଫୁଡ୍‌ ଦୋକାନକୁ ବନ୍ଦ କରାଯିବ ବୋଲି ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *